Author: Sarasinee Subudhi

ଗତ ଆର୍ଥିକ ବର୍ଷରେ ଓମ୍‌ଫେଡ୍‌ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୮୫୫କୋଟି ଟଙ୍କାର କାରବାର କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ସମସ୍ତ ରେକର୍ଡକୁ ଭାଙ୍ଗି ୧୦୨୮ କୋଟି ଟଙ୍କାର କାରବାର କରିଛି। ଅର୍ଥାତ୍ ୧୭୩କୋଟି ଟଙ୍କାର ଅଧିକ କାରବାର କରିଥିବା ଓମ୍‌ଫେଡ୍‌ର ସାଧାରଣ ପରିଚାଳକ ସୂଚନା ଦେଇଛନ୍ତି। ଚଳିତବର୍ଷ ଏହି କାରବାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋ, ମଇଁଷି ଓ ମାଈ ବାଛୁରୀ ପାଳନକୁ ପ୍ରୋତ୍ସାହନ ଦ୍ବାରା ଏହା ସମ୍ଭବ ହୋଇପାରିଛି। ଗତ ଜୁନ୍ ୧ରୁ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରଦାନ କରିବା ପରେ ଚାଷୀମାନେ ଓମଫେଡ୍‌କୁ ଅଧିକ ଦେବା ଆରମ୍ଭ କରିଦେଇଛନ୍ତି । ଏବେ ଦୈନିକ ହାରାହାରି ୬ଲକ୍ଷ ଲିଟରରୁ ଅଧ‌ିକ ଦୁଗ୍ଧ ସଂଗ୍ରହ ଦୈନିକ ହାରାହାରି ୫ଲକ୍ଷ ୯୦ ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିଲା। ସେହିପରି ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ…

Read More