Author: Sarasinee Subudhi

ପାକିସ୍ତାନର ଧର୍ମପିତ ତୁର୍କୀର ଜଳସୀମା ନିକଟରେ ଡେରା ଜମାଇଛି ଭାରତୀୟ ଯୁଦ୍ଧ ଜାହଜ । ଭାରତୀୟ ଯୁଦ୍ଧ ଜାହଜ ତୁର୍କୀ ନିକଟରେ ଡେରା ପକାଇବାକୁ ଅନେକ ତୁର୍କୀକୁ ଭାରତର ଯବାବ ବୋଲି ମନେ କରୁଛନ୍ତି ।କାରଣ ଅପରେସନ୍ ସିନ୍ଦୂର କାଳରେ ତୁର୍କୀ କରାଚୀ ବନ୍ଦରକୁ ତାହାର ଯୁଦ୍ଧ ଜାହଜ ପ୍ରେରଣ କରିଥିଲା । ଭାରତ,ତୁର୍କୀକୁ ଉତ୍ତର ଦେବାକ ଯାଇ ଏହାର ପରମ ଶତ୍ରୁ ସାଇପ୍ରସ ସହିତ ସାମରିକ ସମ୍ବନ୍ଧକୁ ମଜବୁତ କରୁଛି । ସେହି କ୍ରମରେ ସାଇପ୍ରସର ଗୋଟିଏ ବନ୍ଦରରେ ପହଂଚିଛି ଆଇଏନଏସ ତ୍ରିକଣ୍ଡ । ଭାରତୀୟ ନୌସେନାର ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍ ମଧ୍ୟରୁ ଗୋଟିଏ ଆଇଏନଏସ ତ୍ରିକଣ୍ଡ ରବିବାର ସାଇପ୍ରସର ଲିମାସୋଲ ବନ୍ଦରରେ ପହଞ୍ଚିଛି। ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ପରେ ଏହି ଯୁଦ୍ଧପୋତ ଲିମାସୋଲରେ ପହଞ୍ଚିଛି। ମୋଦୀଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ରକ୍ଷା, ପ୍ରଶିକ୍ଷଣ ଓ ସାମୁଦ୍ରିକ ସୁରକ୍ଷା ଉପରେ ସହଯୋଗ…

Read More