Author: Sarasinee Subudhi

ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ। ଏନେଇ ସେ ଆଗରୁ କାହାକୁ କିଛି ସୂଚନା ଦେଇ ନଥିଲେ। ଧନଖଡ଼ଙ୍କର ଏହି ଅଚାନକ ରାଷ୍ଟ୍ରପତି ଭବନ ଆଗମନ ପରେ ରାଷ୍ଟ୍ରପତି ଭବନ ଷ୍ଟାଫ ଚକିତ ହୋଇ ପଡ଼ିଥିଲେ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭରେ ହିଁ ସେ ଇସ୍ତଫା ଘୋଷଣା କରିଥିଲେ। ଧନଖଡ଼ ସୋମବାର (ଜୁଲାଇ ୨୧) ଏହି ଘୋଷଣା କରିଥିଲେ। ତାଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର ଚର୍ଚ୍ଚା ଚାଲିଛି। କଂଗ୍ରେସ ନେତା ପି. ଚିଦମ୍ବରମ କହିଛନ୍ତି ଯେ ଧନଖଡ଼ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ପ୍ରକୃତରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଆଗରୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିଥାଏ। ଭେଟ ପୂର୍ବରୁ ଆନୁଷ୍ଠାନିକ ଭାବେ ସୂଚନା ଦେବାକୁ ହୋଇଥାଏ, କିନ୍ତୁ ଧନଖଡ଼ ତାହା କରି ନଥିଲେ। ସେ ରାତି ପ୍ରାୟ ୯ଟା ବେଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଧନଖଡ଼ଙ୍କୁ ଦେଖି…

Read More