Author: Sarasinee Subudhi

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୁପ୍ରିମକୋର୍ଟ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଏହି କେନ୍ଦ୍ରୀୟ ଏଜେନ୍ସି ସବୁ ସୀମା ଉଲ୍ଲଘଂନ କରିଯାଉଛି ବୋଲି କହିଛନ୍ତି କୋର୍ଟ। ଭୁଲ୍ ହୋଇଥିଲେ ବି ଜଣେ ଓକିଲ ଏବଂ ମହକିଲଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ଵତନ୍ତ୍ର ହୋଇଥାଏ। ଏହାକୁ ନେଇ ଓକିଲଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇପାରିବ ନାହିଁ। ଏଭଳି ମାମଲାରେ ଇଡି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି ବିଆର ଗଭାଇ ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି। ଆଇନଗତ ପରାମର୍ଶ ଦେଇଥିବା ଜଣେ ଓକିଲଙ୍କୁ ଇଡି ସମନ ପଠାଇବା ମାମଲାର ବିଚାର କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ତଦନ୍ତ ସମୟରେ ଆଇନଗତ ପରାମର୍ଶ ଦେବା କିମ୍ବା ମହକିଲଙ୍କ ପକ୍ଷରୁ ଉପସ୍ଥିତ ହୋଇଥ‌ିବା ବରିଷ୍ଠ ଓକିଲ ଅରବିନ୍ଦ ଦତ୍ତାର ଏବଂ ପ୍ରତାପ ବେଣୁଗୋପାଳଙ୍କୁ ଇଡି…

Read More