Author: Sarasinee Subudhi

ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପୂର୍ବରୁ, ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଏହି ସଦସ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ, ଏହି ପଦ ପାଇଁ ସେପ୍ଟେମ୍ବର ୯ ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ, ବିଜେପି ରାଜ୍ୟସଭାରେ ରାଜନୈତିକ ଅଗ୍ରଣୀ ହାସଲ କରିଛି। ଏପ୍ରିଲ ୨୦୨୨ ପରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ବିଜେପି ୧୦୦ ଅଙ୍କ ଅତିକ୍ରମ କରିଛି। ଏହି ସଦସ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ତିନି ଜଣ ସଦସ୍ୟ ମଧ୍ୟ ଅଛନ୍ତି। ସୂଚନା ଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ନିଜ କ୍ଷେତ୍ରରେ କ୍ଷାତି ଅର୍ଜନ କରିଥିବା ୪ ଜଣଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଛନ୍ତି। ଯେଉଁଥିରେ ପ୍ରଖ୍ୟାତ ଆଇନଜୀବୀ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ…

Read More