Author: Sarasinee Subudhi

ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପଠାଯାଇଥିବା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ୬୩ ବର୍ଷୀୟା ପତ୍ନୀ ରକ୍ଷନ୍ଦା ରଶିଦଙ୍କୁ ଭାରତ ଫେରିବାକୁ ଅନୁମତି ଦେଇଛନ୍ତି। ୩୦ ଜୁଲାଇରେ ହାଇକୋର୍ଟର ନିଷ୍ପତ୍ତି ପରେ, ତାଙ୍କୁ ଭାରତ ଫେରିବା ପାଇଁ ଆଶ୍ୱସ୍ତି ମିଳିଛି। ଭାରତ ସରକାର ତାଙ୍କୁ ଏକ ପରିଦର୍ଶକ ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ସେ ଭାରତ ଆସି ତାଙ୍କ ପରିବାରକୁ ଭେଟିପାରିବେ। ଜମ୍ମୁର ତାଲାବ ଖାଟିକାନ ଅଞ୍ଚଳର ବାସିନ୍ଦା ରକ୍ଷନ୍ଦା, ଯିଏ କି ପାକିସ୍ତାନର ନାଗରିକ ଥିଲେ, ଗତ ୩୦ ବର୍ଷ ଧରି ଭାରତରେ ରହୁଥିଲେ କିନ୍ତୁ ୨୦୨୫ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଥିଲା। ୬୦ ଜଣଙ୍କୁ ପାକିସ୍ତାନ ପଠାଯାଇଥିଲା। ଏହି ସମୟରେ ରକ୍ଷନ୍ଦା ରଶିଦଙ୍କ ଦୀର୍ଘକାଳୀନ ଭିସା ମଧ୍ୟ ବାତିଲ କରାଯାଇଥିଲା। ତାଙ୍କ ସ୍ୱାମୀ ଶେଖ ଜହୁର…

Read More