Author: Sarasinee Subudhi

ଆଜିର ଦିନ ଝାଡ଼ଖଣ୍ଡ ପାଇଁ ଏକ ଅତ୍ୟନ୍ତ ଭାବୁକ ଦିନ। ଏକ ଯୁଗର ଅନ୍ତ ଘଟିଛି। ଆଜି ଆମେ ସେହି ନେତାଙ୍କ ବିଷୟରେ କହିବୁ, ଯିଏ ମାଟିରୁ ଉଠି ଆଦିବାସୀ ସମାଜର ସ୍ୱରକୁ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଆମେ କହୁଛୁ ଶିବୁ ସୋରେନଙ୍କ ବିଷୟରେ, ଝାଡ଼ଖଣ୍ଡର ସବୁଠାରୁ ବଡ଼ ରାଜନୈତିକ ଚେହେରା, ଯାହାଙ୍କୁ ଲୋକେ ପ୍ରେମରେ ‘ଦିଶୋମ ଗୁରୁ’ କହୁଥିଲେ। ଆଜି ସେ ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୧୯୪୪ରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ନେମରା ଗାଁରେ ଜନ୍ମ ହୋଇଥିବା ଶିବୁ ସୋରେନଙ୍କ ଜୀବନ ସହଜ ନଥିଲା। ମାତ୍ର ୭ ବର୍ଷ ବୟସରେ ତାଙ୍କ ପିତା ସୋବରା ସୋରେନଙ୍କୁ ହତ୍ୟା କରାଯାଇଥିଲା। କାରଣ ଥିଲା – ଜମିଦାରମାନଙ୍କର ଅତ୍ୟାଚାର। ଏହିଠାରୁ ହିଁ ଶିବୁ ସୋରେନଙ୍କ ମନରେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଅଙ୍ଗାର ଜଳି ଉଠିଥିଲା……

Read More