Author: Sarasinee Subudhi

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ସେନା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଥିଲା। ଏବେ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କୋର୍ଟ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରି କୋର୍ଟ କହିଛନ୍ତି ଯେ ଚୀନ୍ ୨୦୦୦ କିଲୋମିଟରରୁ ଅଧିକ ଭାରତୀୟ ଭୂମି ଦଖଲ କରିଛି, ଜଣେ “ପ୍ରକୃତ ଭାରତୀୟ” ଏପରି ମନ୍ତବ୍ୟ କେବେ ଦେବେ ନାହିଁ। ଏହାସହ ସୁପ୍ରିମକୋର୍ଟ ଆଲ୍ଲାହାବାଦ କୋର୍ଟର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ମାମଲାରେ ଏକ ନୋଟିସ୍ ଜାରି କରି ଉତ୍ତର ମାଗିଛନ୍ତି। ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୨ରେ ତାଙ୍କ ଭାରତ ଯୋଡ଼ୋ ଯାତ୍ରା ସମୟରେ ଭାରତୀୟ ସେନା ଉପରେ ଏଭଳି ମନ୍ତବ୍ୟ ଦେଇଥିଲେ। ମାନହାନି ମାମଲାକୁ ଚ୍ୟାଲେଞ୍ଜ କରି ଗାନ୍ଧୀଙ୍କ ଆବେଦନର ଶୁଣାଣି କରିବା…

Read More