Author: Sarasinee Subudhi

ଫିଲ୍ମ ନାମର ସେହି ଗୀତ ଯାହାକୁ ପଙ୍କଜ ଉଧାସ ଗାଇଛନ୍ତି: ‘ଚିଠି ଆୟୀ ହୈ, ଚିଠି ଆୟି ହୈ!କାହା ହୃଦୟ ନ ତରଳିଚି ଏହି ଗୀତଟି ଶୁଣି ! ଚିଠି କେତେବେଳେ ଟିକି ଚଢ଼େଇ ସାଜି ଦୂର ଦେଶର ମଣିଷ ପାଖରେ ଡେଣା ଝାଡ଼ିଛି। ପୁଣି କେତେବେଳେ ଚିଠି ହର୍ଷ, ଉଲ୍ଲାସ, ବିଷାଦର ସୀମାରେଖା ଡେଇଁ ସମୟକୁ ସ୍ଥିର କରିପାରିଛି । ଚିଠି କେବଳ ନାଁ ଆଉ ଠିକଣାରେ ବାନ୍ଧିହୋଇ ରହିନି । କବିତା, ଗଜଲ, ଗପ ଗୀତର ତାଳେତାଳେ ଚିଠି ସଭିଙ୍କର ପସନ୍ଦର ମାଧ୍ୟମ ବି ସାଜିଛି । ଏଇ ଚିଠି, ଡାକବାଲାର ସାଇକେଲ ଘଣ୍ଟିର ପ୍ରତିଧ୍ବନି । ତା’ର କର୍ମମୟ ଜୀବନର ଅକ୍ଷତ ପୁଞ୍ଜି । ନାଲି ବାକ୍ସ ଭିତରେ ହଳଦିଆ କାଗଜର ସ୍ୟାହି ବୋଳା ଅକ୍ଷର ସବୁ ଚିଠିକୁ କରିଥାଏ ଜୀବନ୍ତ। ହେଲେ ସମୟକ୍ରମେ ହଜିଯିବାକୁ ବସିଲାଣି ଏଇ ଚିଠି ବାକ୍ସର କାୟାକଳ୍ପ। ଚିଠି ବାକ୍ସ କେଉଁଠି…

Read More