Author: Sarasinee Subudhi

ରୋଗ ଦେଖାଇବା ପାଇଁ ହେଉ ଅବା ରୋଗୀଙ୍କୁ ଦେଖା କରିବାକୁ ହେଉ ଆପଣ ଯଦି କ୍ୟାପିଟାଲ ହସ୍ପିଟାଲ ଆସିଛନ୍ତି ଆଉ ଏହି ସମୟରେ ବର୍ଷା ହୁଏ ତେବେ ଆପଣଙ୍କୁ ହସ୍ପିଟାଲର କେଉଁ ଏକ ସ୍ଥାନରେ ଆଗରେ ଠିଆ ହେବାକୁ ପଡ଼ିବ । ବର୍ଷା ବେଳେ ହସ୍ପିଟାଲରେ ବସିବା ପାଇଁ କୌଣସି ଉପଯୁକ୍ତ ସ୍ଥାନ ନାହିଁ। ଏଇଥି ପାଇଁ ଓଦାରେ ବସୁଛନ୍ତି ଲୋକେ। ରୋଗ ଦେଖାଇବାକୁ ଆସିଥିବା ଲୋକ ଓ ରୋଗୀଙ୍କୁ ଦେଖ‌ିବାକୁ ଆସିଥୁବା ଲୋକେ ବର୍ଷା ବେଳେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଶହଶହ ଲୋକଙ୍କ ସମେତ ଅନେକ ରୋଗୀ ଆସୁଛନ୍ତି । ପଞ୍ଜିକରଣ କେନ୍ଦ୍ରର ସମୟ ସକାଳ ୮.୩୦ରୁ ମଧାହ୍ନ ୧୨.୩୦ ପର୍ଯ୍ୟନ୍ତ ରହିଥ‌ିବା ବେଳେ ପୁଣି ଅପରାହ୍ନ ୧.୩୦ ରୁ ୪.୩୦ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଇଛି। ରୋଗ ପଞ୍ଜୀକରଣ କରିବା ପାଇଁ ହେଉ କି ଔଷଧ ବିତରଣ କେନ୍ଦ୍ରରେ ଔଷଧ ନେବା…

Read More