Author: Sarasinee Subudhi

ରାଜ୍ୟରେ ସାଂଘାତିକ ହେବାରେ ଲାଗିଛି ବେକାରୀ ସ୍ଥିତି। ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ବେକାରୀର ବିକଳ ଚିତ୍ର। ଏଠି ଘୋଡା କାମ ଛାଡନ୍ତୁ ଛେଳି କାମ ପାଇଁ ଆଗ୍ରହୀ ହେଉଛନ୍ତି ହାତୀ । ମେଧାବୀଙ୍କୁ ମିଳୁନି ଚାକିରି ପଞ୍ଚମ ଶ୍ରେଣୀ ଯୋଗ୍ୟତା ଆବଶ୍ୟକୀୟ ଚାକିରି ପାଇଁ ଆବେଦନ କରୁଛନ୍ତି ବିଟେକ, ଏମବିଏ ଡିଗ୍ରୀ ଧାରୀ। ଇସ୍ପାତନଗରୀ ରାଉରକେଲା ପରେ ବ୍ରହ୍ମପୁର ଏବଂ ଗଞ୍ଜାମରେ ଆଶ୍ଚର୍ଯ୍ୟ କରିଛି ଗୃହରକ୍ଷୀ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ସଂଖ୍ୟା। ୨୪୦ଟି ଗୃହରକ୍ଷୀ ପଦବୀ ପାଇଁ ୧୧,୫୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି, ଯାହା ଓଡ଼ିଶାରେ ଶିକ୍ଷିତ ବେକାରୀ ସମସ୍ୟାକୁ ସ୍ପଷ୍ଟ କରୁଛି। ସୂତ୍ର ଅନୁଯାୟୀ, ଗଞ୍ଜାମ ପୋଲିସ ଜିଲ୍ଲାର ୧୩୫ଟି ପଦବୀ ପାଇଁ ପ୍ରାୟ ୭,୫୦୦ ଜଣ ଆବେଦନ କରିଛନ୍ତି, ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାର ୧୦୫ଟି ପଦବୀ ପାଇଁ ପ୍ରାୟ ୪,୧୫୪ ଜଣ ଆବେଦନ କରିଛନ୍ତି। ଯଦିଓ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଆବେଦନକାରୀଙ୍କ…

Read More