Author: Sarasinee Subudhi

ଲଗାତର ପଛକୁ ପଛ ମାଡି ଆସୁଛି ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ସାରା ଓଡ଼ିଶା ପାର୍ବଣରେ ଭିଜିବ ବୋଲି କୁହାଯାଉଛି । ଲଘୁଚାପ ପ୍ରଭାବରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୯ ତାରିଖ ଯାଏ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ତଥା ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୧୭୭.୧ ମିମି ବର୍ଷା ରେକର୍ଡ ହୋଇଛି । ଏହାପରକୁ କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ୧୦.୧ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଏହାସହ ସେପ୍ଟେମ୍ବର…

Read More