Author: Sarasinee Subudhi

‘ଆଇ ଲଭ୍ ମହମ୍ମଦ’ ସହ ଜଡ଼ିତ ବିବାଦ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଇସଲାମିକ ମୌଳବାଦୀଙ୍କ ଭିଡ଼ ହିଂସାତ୍ମକ ପ୍ରଦର୍ଶନ କରୁଛନ୍ତି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟ ସମେତ ଦେଶର ଅନେକ ରାଜ୍ୟରେ ଏହା ସହ ଜଡ଼ିତ ପ୍ରଦର୍ଶନ ସମୟରେ ହିଂସା ଘଟିଛି। ଏହାର ଆରମ୍ଭ କାନପୁରରେ ଦାଏର ଏକ ଏଫଆଇଆରରୁ ହୋଇଛି। ବିଭିନ୍ନ ସହରରେ ପୁଲିସ ଉପରେ ପଥର ମାଡ଼ ହୋଇଛି ଏବଂ ଶୋଭାଯାତ୍ରାରେ ଖୋଲାଖୋଲି ‘ସର ତନ ସେ ଜୁଦା’ ନାରା ଦିଆଯାଉଛି। ଏହା ସହ, ବରେଲୀରେ ଜଣେ ମୌଲାନା ଏହି ବିବାଦରେ ଇନ୍ସପେକ୍ଟରଙ୍କୁ ମାରିବାର ଧମକ ଦେଇଛନ୍ତି। ବରେଲୀରେ ‘ଆଇ ଲଭ୍ ମହମ୍ମଦ’ ଲେଖା ପୋଷ୍ଟର ହଟାଇବା କାର୍ଯ୍ୟକୁ ନେଇ ପୁଲିସ ଓ ମୁସଲମାନ ସମୁଦାୟ ମୁହାଁମୁହିଁ ହୋଇଛନ୍ତି। ଇତ୍ତେହାଦ-ଏ-ମିଲ୍ଲତ କାଉନସିଲ (ଆଇଏମସି)ର ଜାତୀୟ ମହାସଚିବ ଡକ୍ଟର ନଫୀସ ଖାନ ଘଟଣାସ୍ଥଳରେ ପହଞ୍ଚି ଖୋଲାଖୋଲି ଇନ୍ସପେକ୍ଟରଙ୍କୁ ଜୀବନରୁ ମାରିବାର ଧମକ ଦେଇଥିଲେ। ନଫୀସଙ୍କର ଗୋଟିଏ ଭିଡିଓ…

Read More