Author: Sarasinee Subudhi

ଓଡ଼ିଶାର ଚାଷୀମାନଙ୍କ ପାଇଁ ଖୁସି ଖବର, ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟସୀମା ବୃଦ୍ଧି ଋଣଗ୍ରହୀତା ଏବଂ ଅଣ-ଋଣଗ୍ରହୀତା ଉଭୟ ଚାଷୀଙ୍କ ପାଇଁ ପ୍ରଯୁଜ୍ୟ। କେନ୍ଦ୍ର ସରକାର କଟ-ଅଫ୍ ତାରିଖ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ବ୍ୟାପକ ଅଂଶଗ୍ରହଣକୁ ସହଜ କରିବା ପାଇଁ ରବିବାର ଏବଂ ଛୁଟିଦିନରେ ମଧ୍ୟ ଚାଷୀ ପଞ୍ଜିକରଣ କରାଯିବ। ପଞ୍ଜିକରଣ କାଉଣ୍ଟରଗୁଡ଼ିକ ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟସୀମା ପୂର୍ବରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା । ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୯ ତାରିଖରୁ ଆରମ୍ଭ…

Read More