Author: Sarasinee Subudhi

ପିଓକେରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ହେଲାଣି ଜୋରଦାର। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ବୁଧବାର ଦିନ ପିଓକେର ରାୱଲକୋଟରେ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରତିବାଦ ପାକିସ୍ତାନ ସେନା ବିରୋଧରେ କରାଯାଉଛି। ରାସ୍ତାକୁ ଓହ୍ଲାଇଥିବା ପ୍ରଦର୍ଶନକାରୀମାନେ ଆମେରିକାର ଇଙ୍ଗିତରେ କାମ ପରିଚାଳିତ ହେଉଥିବା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଘେରିଛନ୍ତି। ପ୍ରତିବାଦକାରୀମାନେ କହିଛନ୍ତି ଯେ କାଶ୍ମୀରବାସୀଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ପାକିସ୍ତାନର ସ୍ୱାଧୀନତା ଦିବସ (୧୪ ଅଗଷ୍ଟ) ପୂର୍ବ ସନ୍ଧ୍ୟାରେ ରାୱଲକୋଟରେ ଏହି ପ୍ରତିବାଦ ହୋଇଛି। ଲୋକମାନେ ଅସୀମ ମୁନିରଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ କଠପୁତଳି ଭାବରେ କାମ କରିବାର ଅଭିଯୋଗ କରିଛନ୍ତି। ଏହି ସମୟରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ସ୍ଲୋଗାନ ଦେଇଥିଲେ – ‘ଆମେରିକା କୁକୁର ପାଳିଛି – ସେ ୟୁନିଫର୍ମ ପିନ୍ଧିଛି, ୟୁନିଫର୍ମ ପିନ୍ଧିଛି।’ ପାକିସ୍ତାନ ସେନା ପାଇଁ ପିଓକେର ଲୋକଙ୍କ ମଧ୍ୟରେ ବହୁତ କ୍ରୋଧ ଭରି…

Read More