Author: Sarasinee Subudhi

ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୩,୮୭୮.୮୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପରେ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ୧୧ଟି ଜିଲ୍ଲାରେ ୧୦,୫୮୪ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ୍‌, ଟେକ୍ସଟାଇଲ୍‌, ଇଲୋକ୍ଟ୍ରୋ ନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ୍ ଓ କେମିକାଲ୍ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ଲାଷ୍ଟିକ୍ କ୍ଷେତ୍ରରେ ୬ଟି ଏବଂ ବୟନଶିଳ୍ପ, ଇଏସଡିଏମ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପ୍ଲାଷ୍ଟିକ୍ କ୍ଷେତ୍ର ଗ୍ରୀନୱେଭ୍ ସର୍କୁଲାରିଟି ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୬୫୦.୨୩ କୋଟି ଟଙ୍କା ନିବେଶ ସହିତ ଏକ ୪,୦୪,୧୫୦ ମେଟ୍ରିକ୍ ଟନ୍ କ୍ଷମତାର…

Read More