Author: Sarasinee Subudhi

ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ାରେ ଗାଡ଼ି ଧକ୍କାରେ ମାଆ,ଝିଅଙ୍କ ମୃତ୍ୟୁ ଘଟଣାରେ ସ୍କର୍ପିଓ ଏବଂ ଥାର୍ ଗାଡ଼ି ମାଲିକ ଗିରଫ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କଲା କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରୀପାଠୀ, ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ,ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି । ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ପଳାଇଯିବା ସହ ସେଠାରେ ବୁଲିଥିଲେ ବୋଲି ଜଣାପଡ଼ିଛି । ମନାଲିରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଥିଲା କମିଶନରେଟ ପୋଲିସ । ଏହାସହ ପୋଲିସ କିଲର ସ୍କର୍ପିଓ ଜବତ କରିଛି । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗିରଫ ଭୟରେ ପଶ୍ଚିମ ବଙ୍ଗ, ହରିୟାଣା ତଥା ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ଘୁରି ବୁଲୁଥିଲେ ।…

Read More