Author: Sarasinee Subudhi

ଭାରତରେ ଶିକ୍ଷା ଖର୍ଚ୍ଚ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଆୟ ବଢୁ ନ ଥିବାବେଳେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବଢ଼ିବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଏହା ଆକାଶ ଛୁଇଁଛି। ଦେଶର ପ୍ରମୁଖ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ବର୍ଷକୁ ୧୨ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଏହା ୟୁରୋପର ଇଣ୍ଟରନ୍ୟାସନାଲ ବୋର୍ଡିଂ ସ୍କୁଲ୍‌ ସହ ସମାନ ରହିଛି। ତେବେ ସେଠାରେ ପରିବାରର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ କମ୍ ଥିବା ବେଳେ ଭାରତରେ ପରିବାର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ ଢେର ଅଧିକ। ବିଶେଷ କରି ଗତ ୫ ବର୍ଷ ଭିତରେ ଭାରତରେ ସ୍କୁଲ ଫି’ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆୟ ଏବଂ ବ୍ୟୟ ହିସାବରେ ଭାରତରେ ଘରୋଇ ସ୍କୁଲ୍‌ଗୁଡିକର ଦେୟ ବିଶ୍ବରେ ସର୍ବାଧିକ ରହିଛି। ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ସିଙ୍ଗାପୁର, ଦୁବାଇ, ଲଣ୍ଡନ…

Read More