Author: Sarasinee Subudhi

ଓରୋଗ୍ରାଫିକ୍ ରେନଫଲ୍ କ’ଣ: ଯେତେବେଳେ ଆର୍ଦ୍ରତା ପୂର୍ଣ୍ଣ ବାୟୁ ପାହାଡ଼ ସହ ଧକ୍କା ଖାଇ ଉପରକୁ ଉଠେ, ସେତେବେଳେ ତାପମାତ୍ରା କମିବାରୁ ସଂଘନନ ହୁଏ। ଫଳସ୍ଵରୂପ ମେଘ ଦ୍ରୁତ ଗତିରେ ସୃଷ୍ଟି ହୁଏ ଏବଂ ଅଚାନକ କୌଣସି ଛୋଟ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାର ତୀବ୍ରତା ଏତେ ଅଧିକ ହୁଏ ଯେ ନାଳ, ନଦୀ ଓ ଝରଣା ସବୁ ବହାଇ ନିଏ। ଏହାହିଁ କାରଣ ଯେ କାଶ୍ମୀର, ଡୋଡା କିମ୍ବା କିଷ୍ଟବାର ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କିଛି ମିନିଟର ବର୍ଷା ଶହ ଶହ ଜୀବନ ନିଏ। ଜମ୍ମୁ ବିଶ୍ଵବିଦ୍ୟାଳୟର ଭୂତତ୍ତ୍ଵ ବିଭାଗର ମୁଖ୍ୟ ପ୍ରୋ. ସରଫରାଜ ଅସଗର ରେଡିଫକୁ କହିଛନ୍ତି ଯେ ହିମାଳୟ ସମତଳ ଅଞ୍ଚଳ ତୁଳନାରେ ଅଧିକ ଦ୍ରୁତ ଗତିରେ ଗରମ ହେଉଛି। ଏହାର ସିଧାସଳଖ ପ୍ରଭାବ ତୁଷାରପାତ ଏବଂ ବର୍ଷା ଉପରେ ପଡ଼ିଛି। ସେ କହିଛନ୍ତି, ‘ଯେଉଁଠାରେ ପୂର୍ବରୁ ନିୟମିତ ତୁଷାରପାତ ହେଉଥିଲା, ସେଠାରେ ଏବେ…

Read More