Author: Sarasinee Subudhi

ମୋଗଲ ଇତିହାସରେ ସତ୍ତା ହାସଲ କରିବା ପାଇଁ ନିଜ ରକ୍ତସମ୍ପର୍କୀୟଙ୍କ ରକ୍ତ ବୁହାଇବା ଏକ ପରମ୍ପରା ଥିଲା, କିନ୍ତୁ ସବୁଠାରୁ ରୋଚକ ଘଟଣା ଔରଙ୍ଗଜେବଙ୍କ ସହ ଜଡ଼ିତ। ସେ ତାଙ୍କ ବଡ଼ ଭାଇ ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ। ଔରଙ୍ଗଜେବ କେବଳ ସତ୍ତା ହାସଲ କରିବା ପାଇଁ ଦାରାଙ୍କୁ ହତ୍ୟା କରାଇ ନ ଥିଲେ, ଏହା ପଛରେ ଆହୁରି ଅନେକ କାରଣ ଥିଲା।  ଆକବରଙ୍କ ପରେ ମୋଗଲ ସାମ୍ରାଜ୍ୟର ଅଧିକାଂଶ ଶାହଜାଦାଙ୍କ ମଧ୍ୟରେ ଉତ୍ତରାଧିକାରୀ ହେବା ପାଇଁ ସଂଘର୍ଷ ଚାଲି ଆସୁଥିଲା। ଶାହଜାହାନଙ୍କ ପୁତ୍ର ଦାରା ଶିକୋହ, ଔରଙ୍ଗଜେବ, ଶୁଜା ଓ ମୁରାଦଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ମଧ୍ୟ ଏହି ପରମ୍ପରାର ଏକ ଅଂଶ ଥିଲା। କିନ୍ତୁ ଔରଙ୍ଗଜେବ କେବଳ ସିଂହାସନର ଲୋଭରେ ତାଙ୍କ ବଡ଼ ଭାଇ ଦାରା ଶିକୋହଙ୍କ ସହ ଶତ୍ରୁତା କରି ନ ଥିଲେ। ଦାରା ଶିକୋହଙ୍କ ମୃତ୍ୟୁ ବାର୍ଷିକୀରେ ଜାଣନ୍ତୁ ସେହି ୫ଟି କାରଣ, ଯାହା ହେତୁ…

Read More