Author: Sarasinee Subudhi

ଭାରତୀୟ ରାଜନୀତିର ଇତିହାସ ସମ୍ମାନ, ଶାଳୀନତା ଓ ନୈତିକତାର ଏକ ଉଜ୍ଜ୍ବଳ ପରମ୍ପରାରେ ପରିପୂର୍ଣ୍ଣ ରହିଛି। ସ୍ୱାଧୀନତା ପରବର୍ତ୍ତୀ କାଳରେ ନେତାମାନେ ବିରୋଧୀ ଦଳ ସହ ତୀବ୍ର ବିତର୍କ କରୁଥିଲେ, କିନ୍ତୁ ଏହା କେବଳ ନୀତିଗତ ଭିନ୍ନତା ଉପରେ ଆଧାରିତ ଥାଏ ଏବଂ ବ୍ୟକ୍ତିଗତ ଆକ୍ରମଣରୁ ଦୂରେଇ ରହୁଥିଲା। ପରସ୍ପର ପ୍ରତି ସମ୍ମାନ ଓ ଶାଳୀନତା ବଜାୟ ରଖାଯାଉଥିଲା, ଯାହା ଗଣତନ୍ତ୍ରର ମୂଳଭିତ୍ତିକୁ ମଜବୁତ କରୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ପରମ୍ପରା ଭାଙ୍ଗି ଯାଇଛି। ନେତାମାନେ ବ୍ୟକ୍ତିଗତ କୁତ୍ସା, ଅଶୋଭନୀୟ ଭାଷା ଓ ଅନୁଚିତ ଆକ୍ରମଣର ଆଶ୍ରୟ ନେଉଛନ୍ତି, ଯାହା ଗଣତନ୍ତ୍ରର ମର୍ଯ୍ୟାଦାକୁ ହାନି ପହଞ୍ଚାଉଛି । ଗଣତନ୍ତ୍ରରେ ବିରୋଧ ଏକ ସୁସ୍ଥ ଓ ଗଠନାତ୍ମକ ପରମ୍ପରା । ବିରୋଧରୁ ହିଁ ସମନ୍ୱୟର ଜନ୍ମ ହୋଇଥାଏ । ଭାରତୀୟ ସଂସଦୀୟ ପରମ୍ପରାରେ ରାଜନୈତିକ ନେତୃତ୍ୱ ମଧ୍ୟରେ ବିରୋଧର କୌଣସି ଅଭାବ ନାହିଁ । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି…

Read More