Author: Sarasinee Subudhi

ସାଂଘାଇ ସହଯୋଗ ସଂଗଠନ (SCO)ର ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଶିଖର ସମ୍ମିଳନୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଜାପାନ ଗସ୍ତ ପରେ ଚୀନର ତିଆନଜିନରେ ପହଞ୍ଚିଛନ୍ତି। ସେ ରବିବାର ତିଆନଜିନ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଚୀନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏବେ ତିଆନଜିନରେ ପହଞ୍ଚିଛି। ମୁଁ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିଭିନ୍ନ ଦେଶର ନେତାମାନଙ୍କୁ ଭେଟିବା ପାଇଁ ବହୁତ ଉତ୍ସାହିତ। ଶିଖର ସମ୍ମିଳନୀ କାହିଁକି ଗୁରୁତ୍ୱପୂର୍ଣ୍ଣ ଏସସିଓ ଶିଖର ସମ୍ମିଳନୀ ଏପରି ସମୟରେ ହେଉଛି ଯେତେବେଳେ ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଭାରତ- ପାକିସ୍ତାନ ସହ ସମ୍ପର୍କ ବିଶେଷ କିଛି ଖାସ ନାହିଁ…

Read More