Author: Sarasinee Subudhi

ବଦଳୁଥିବା ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ, ଏହି ସପ୍ତାହରେ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପୂର୍ବରୁ ମଧ୍ୟ ଓଡ଼ିଶାର ରପ୍ତାନି ପ୍ରଦର୍ଶନ ହ୍ରାସ ପାଉଥିଲା। କିଛି ବର୍ଷ ପୂର୍ବେ ଦେଶର ଦ୍ରୁତତମ ବିକଶିତ ରପ୍ତାନି କେନ୍ଦ୍ର ମଧ୍ୟରୁ ଗୋଟିଏ ପାଲଟିଥିବା ଓଡ଼ିଶା ସ୍ଥିତି ଏବେ ଖରାପ । ଓଡ଼ିଶାର ରପ୍ତାନି ୨୦୨୧-୨୨ରେ ୧୭ ବିଲିୟନ ଡଲାରକୁ ହ୍ରାସ ପାଇ ଥିବା ବେଳେ ୨୦୨୪-୨୫ରେ ଏହା ୧୦ ବିଲିୟନ ଡଲାରକୁ ଖସିବ, ଯାହା ଚାରି ବର୍ଷ ମଧ୍ୟରେ ୪୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିବା ସୂଚିତ କରୁଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କୋଭିଡ୍ ପରେ ଓଡ଼ିଶାରୁ ରପ୍ତାନି ୨୦୨୦-୨୧ରେ ୧୦.୨୩ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୧-୨୨ରେ ୧୭.୦୬ ବିଲିୟନ ଡଲାରରେ ପହଁଚି ଥିଲା। କିନ୍ତୁ ଏହି ହାର ୨୦୨୨-୨୩ରେ ୧୧.୨୨ ବିଲିୟନ ଡଲାର ଏବଂ ୨୦୨୩-୨୪ରେ ୧୧.୯୩ ବିଲିୟନ ଡଲାରକୁ ହ୍ରାସ ପାଇଥିଲ।…

Read More