Author: Sarasinee Subudhi

ଆଇନଜୀବୀ ଭାବେ ଲାଇସେନ୍ସ ହାସଲ କରିଥିବା କେତେକ ବ୍ୟକ୍ତି ବିଭିନ୍ନ କମ୍ପାନୀ, ବ୍ୟବସାୟ, ଠିକା କାମ, ସରକାରୀ ଚାକିରି ଓ ଅନ୍ୟ ପେଶାରେ ଯୋଗ ଦେଇ କାର୍ଯ୍ୟ କରୁଥିବା ଅଭିଯୋଗକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଗୁରୁତ୍ବର ସହିତ ଗ୍ରହଣ କରିଛି । ଏପରି ଘଟଣା ରୋକିବା ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ଗୁଡ଼ିକୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଛି। ଆଇନଜୀବୀ ପରିଷଦ ତରଫରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଆଡ଼ଭୋକେଟ୍ ଆକ୍ଟ, ୧୯୬୧ ଅନୁଯାୟୀ ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଏହି ପେଶାରେ ପୂର୍ଣାଙ୍ଗ ରୂପେ କାର୍ଯ୍ୟ କରିବେ । ସରକାରୀ ଦସ୍ତରରେ ଚୁକ୍ତିଭିତ୍ତିକ ପୂର୍ଣ୍ଣ ସମୟ ଲାଗି କନସଲ୍‌ଟାଣ୍ଟ ଓ ରିସର୍ଚ୍ଚର ଭାବେ କାର୍ଯ୍ୟ କରିବା ପେଶାଗତ ନୈତିକତାର ବିରୁଦ୍ଧାଚରଣ କରୁଛି। ଏହି ଆଇନଜୀବୀମାନେ ସେମାନଙ୍କ ଲାଇସେନ୍ସ ରାଜ୍ୟ ଆଇନଜୀବୀ ପରିଷଦରେ ସରେଣ୍ଡର ବା ସସ୍ପେଶ କରିବା ନିୟମ ରହିଥିବା ବେଳେ ଏହି…

Read More