Author: Sarasinee Subudhi

ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଭାରତର ଉତ୍ପାଦ ଉପରେ ୫୦% ଟାରିଫ୍‍ ଲଗାଇ ଚାପଗ୍ରସ୍ତ କରିବାକୁ ଚାହିଁଥିଲେ ମଧ୍ୟ ଏହାର ପରିଣାମ ଓଲଟା ହୋଇଛି। ସେଥିଲାଗି ପୂର୍ବର ବାଣିଜ୍ୟ କାରବାରକୁ ଉଦାହରଣ ଦେଇ ତାହା ଏକପାଖିଆ ବୋଲି ଅଭିଯୋଗ କରିଛି। ଆମେରିକାର ରାଷ୍ଟ୍ରପତି ଦୁଇପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ବଦଳରେ ଯେଉଁ ଏକ ପାଖିଆ ନିଷ୍ପତ୍ତି ନେଇଛନ୍ତି ତାହା ଦେଶର ବୁଦ୍ଧିଜୀବୀ ଓ ବିରୋଧୀ ଦଳର ରାଜନେତାଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେଇଛି। ଏପରିକି ବିଗତ ଅନେକ ବର୍ଷ ହେଲା ଋଷ୍‍ଠାରୁ ଭାରତକୁ ଫେରାଇ ଆମେରିକା ମୁହାଁ କରିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ପାଣିରେ ପଡ଼ିଯାଇଛି ବୋଲି ପୂର୍ବତନ ହ୍ୱାଇଟହାଉସ୍‍ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଆମେରିକାର ଅର୍ଥ ସଚିବ ସ୍କଟ ବେସେଣ୍ଟ ଦୁଇ ମହାନ ଦେଶ ନିଜ ଭିତରେ ଚାଲିଥିବା ବାଣିଜ୍ୟ ସମସ୍ୟାକୁ ଖୁଶୀଘ୍ର ସମାଧାନ କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି…

Read More