Author: Sarasinee Subudhi

ଦିନକୁ ଦିନ ସଡ଼କ ଦୁର୍ଘଟଣା ମୁଣ୍ଡବିନ୍ଧା ପାଲଟିଲାଣି । ୨୦୨୩ ମସିହାରେ ଭାରତରେ ସଡ଼କ ଦୁର୍ଘଟଣା ୨.୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ, ସାରା ଦେଶରେ ପ୍ରାୟ ୧ଲକ୍ଷ ୭୩ ହଜାର ୦୦୦ ଲୋକଙ୍କ ମୃତ୍ୟୁ ଘଟିଛି, ଅର୍ଥାତ୍, ପ୍ରତିଦିନ ହାରାହାରି ପ୍ରତି ଘଣ୍ଟାରେ ଅତି କମରେ ୨୦ ଜଣ ଲୋକ ମୃତ୍ୟୁବରଣ କରୁଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଦ୍ୱାରା ପ୍ରକାଶିତ ଭାରତରେ ସଡ଼କ ଦୁର୍ଘଟଣା ଉପରେ ୨୦୨୩ ରିପୋର୍ଟ, ଭାରତରେ ସଡ଼କ ସୁରକ୍ଷା ବିଫଳତା ପ୍ରଦର୍ଶନ କରିଛି। ସେହିପରି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ଅନୁଯାୟୀ ୨୦୨୪ ମସିହାରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧.୮୦ ଲକ୍ଷ ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ ୬୬ ପ୍ରତିଶତ ମୃତ୍ୟୁ ୧୮ ରୁ ୩୪ ବର୍ଷ ବୟସ ମଧ୍ୟରେ ହୋଇଛି। ଏହାର…

Read More