Author: Sarasinee Subudhi

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏସସିଓ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ନିକଟତାକୁ ନାଭାରୋ ରଣନୀତିକ ଭୁଲ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ମୋଦୀ ଯେଉଁଭଳି ଭାବେ ଜିନପିଙ୍ଗ ଓ ପୁଟିନଙ୍କ ସହ ଘନିଷ୍ଠତା ଦେଖାଇଛନ୍ତି, ତାହା ଦେଖିବା ଲଜ୍ଜାଜନକ ଥିଲା। ତାଙ୍କର ବୁଝିବା ଉଚିତ ଯେ ସେ ଆମ ସହ ରହିବା ଦରକାର। ଚୀନର ତିଆନଜିନରେ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ସମୟରେ ଜିନପିଙ୍ଗ, ମୋଦୀ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକ ଉପରେ ସେ ଏହା କହିଛନ୍ତି। ଏସସିଓ ସମ୍ମିଳନୀ ଉପରେ ବୟାନବାଜୀ କରି ପିଟର ନାଭାରୋ ଅତ୍ୟନ୍ତ ହାଲୁକା ଭାଷା ବ୍ୟବହାର କରିଛନ୍ତି। ସେ କହିଛନ୍ତି, ‘ମୁଁ ବୁଝି ପାରୁନାହିଁ କାହିଁକି…

Read More