Author: Sarasinee Subudhi

ଦେଶରେ ୩୦୨ ଜଣ ମନ୍ତ୍ରୀ (ପାଖାପାଖି ୪୭ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ଏମାନଙ୍କୁ ମଧ୍ୟରୁ ୧୭୪ ଜଣ ମନ୍ତ୍ରୀଙ୍କ ଉପରେ ହତ୍ୟା, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ଗମ୍ଭୀର ଅଭିଯୋଗ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ୭୨ ମନ୍ତ୍ରୀଙ୍କ ମଧ୍ୟରୁ ୨୯ଜଣ (୪୦ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ନିର୍ବାଚନ ସୁଧାର ସଂସ୍ଥା ‘ଆସୋସିଏସନ ଫର୍‌‌ ଡେମୋକ୍ରାଟିକ ରିଫର୍ମ୍ସ’ (ଏଡିଆର) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏ ନେଇ ଉଲ୍ଲେଖ କରାଯାଇଛି। ଏଡିଆର ୨୭ ରାଜ୍ୟ, ୩ କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ର ସରକାରଙ୍କ ମୋଟ୍‌‌ ୬୪୩ ମନ୍ତ୍ରୀଙ୍କ ଶପଥ ପତ୍ର ବା ଆଫିଡେବିଟ୍‌‌ର ବିଶ୍ଲେଷଣ କରି ଏହି ନିଷ୍କର୍ସରେ ପହଞ୍ଚିଛି। ୨୦୨୦ ଓ ୨୦୨୫ ମଧ୍ୟରେ ଅନୁଷ୍ଠିତ ନିର୍ବାଚନ ଅବସରରେ ଦାଖଲ ହୋଇଥିବା ଶପଥ ପତ୍ରକୁ ଆଧାର କରି ଏହି ରିପୋର୍ଟ…

Read More