Author: Sarasinee Subudhi

“ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି), ଆସନ୍ତାକାଲିର ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେବାକୁ ନିଷ୍ପତ୍ତି ନେଇ, ନିଜର ରାଜନୈତିକ ଅସ୍ତିତ୍ୱକୁ ଯାହା ଅଳ୍ପ କିଛି ବାକି ରହିଥିଲା, ତାହାକୁ ହାରାକିରି କରିଦେଇଛି…” ଇଏ ହେଉଛି ସେହି ଟ୍ୱିଟ୍ ଯାହାକୁ ନେଇ ସୋସିଆଲ ମଡିଆରୁ ମେନଷ୍ଟ୍ରିମ୍ ମିଡିଆ,ସବୁଠାରେ ଢେର ଆଲୋଚନା ହୋଇସାରିଲାଣି । ତଥାଗତ କେଉଁ ପ୍ରସଙ୍ଗରେ ଏହି ଟ୍ୱିଟ୍ କରିଥିଲେ,ତାହା ରାଜନୀତିର ଖବର ରଖୁଥିବା ଉଣା ଅଧିକେ ସମସ୍ତେ ଜାଣି ସାରିବେଣି । ତେଣୁ ଆମେ ଏଠାରେ ପୁରୁଣା ପାଠର ଆଲୋଚନା କରିବୁ ନାହିଁ । ଆମେ କେବଳ ଏହି ଟ୍ୱିଟର ବ୍ୟବହୃତ ଗୋଟିଏ ଶବ୍ଦକୁ ନେଇ କଥା ହେବୁ । ସେହି ଶବ୍ଦ ହେଉଛି,‘ହାରାକିରି’ । ଆପଣ ଯଦି ଜାଣିନଥିବେ ତେବେ ମନକୁ ମନ ପ୍ରଶ୍ନ କରୁଥିବେ ଯେ, ହାରାକରି କ’ଣ ? ଆସନ୍ତୁ ଜାଣିବା ହାରାକିରି କ’ଣ? ଏହା ସହିତ ଜାଣିବା ଏହି ଶବ୍ଦ ରାଜନୀତିରେ କିପରି ବ୍ୟବହୃତ…

Read More