Author: Sarasinee Subudhi

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି । ସେନା ମୁଖ୍ୟ ଜେନେରାଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଏବଂ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଏବଂ ଶେର ବାହାଦୁର ଦେଉବାଙ୍କ ଘର, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘର ମଧ୍ୟ ଭଙ୍ଗାରୁଜା ଏବଂ ପୋଡ଼ି ଦିଆଯାଇଥିଲା। ତେବେ ଏହି ଅଶାନ୍ତି ସରକାରରେ ଇସ୍ତଫାର ଲହରୀ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ୧୦ ଜଣ ମନ୍ତ୍ରୀ, ଗୃହମନ୍ତ୍ରୀ ରମେଶ ଲେଖକ, କୃଷି ମନ୍ତ୍ରୀ ରାମନାଥ ଅଧିକାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ପାଉଡେଲ ଏବଂ ଜଳ ଯୋଗାଣ ମନ୍ତ୍ରୀ…

Read More