Author: Sarasinee Subudhi

ମଙ୍ଗଳବାର ସରିଛି ଉପରାଷ୍ଟ୍ରପତି ନିର୍ବାଚନ ଆଉ ଏଥିରୁ ଦୂରେଇ ରହିଛି ବିଜେଡ଼ି । ​​ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (BJD) ଭୋଟ ଦେବାରୁ ଦୂରେଇ ରହିବା ନିଷ୍ପତ୍ତିକୁ ପୂର୍ବତନ ସାଂସଦ ତଥାଗତ ସତପଥୀ “ରାଜନୈତିକ ଆତ୍ମହତ୍ୟା” ଭାବରେ ବର୍ଣ୍ଣନା କରିଛନ୍ତି। ତଥାଗତ ସତପଥୀ ସୋସିଆଲ ମଡିଆ ଏକ୍ସରେ ବିଜେଡ଼ିକୁ ସମଲୋଚନା କରି ଲେଖିଛନ୍ତି, “ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ ନ ଦେବା ନିଷ୍ପତ୍ତି ନେଇ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ଏହାର ସମ୍ପୂର୍ଣ୍ଣ ରାଜନୈତିକ ଅସ୍ତିତ୍ୱକୁ ହରାଉଛି … ଯାହା କିଛି ବାକି ଥିଲା ତାହା ନଷ୍ଟ କରିଦେଇଛି,” ସତପଥୀ କଳା ରଙ୍ଗରେ ବିଜେଡି ଲୋଗୋର ଏକ ପରିବର୍ତ୍ତିତ ସଂସ୍କରଣ ଫଟୋ ସହ ପୋଷ୍ଟରେ ଏହା ଲେଖିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ଖାତା ଖୋଲିପାରି ନଥିବା ଏହି ଆଞ୍ଚଳିକ ଦଳଟିର ରାଜ୍ୟସଭାରେ ସାତ ଜଣ ସାଂସଦ ଅଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ଓଡ଼ିଶାର ବିଜୁ ଜନତା ଦଳ…

Read More