Author: Sarasinee Subudhi

ନେପାଳ ସେନା ଜେନ- ଜି ପ୍ରତିବାଦ ମଧ୍ୟରେ ଏକ ବିବୃତ୍ତି ଜାରି ହୋଇଛି । ଏହାର ଲିଖିତ ବିବୃତ୍ତିରେ, ନେପାଳ ସେନା ପ୍ରତିବାଦକାରୀଙ୍କୁ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରିଛି। ସେନା ପୁଣି ଥରେ କହିଛି ଯେ ଏହା ନେପାଳର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରତିବଦ୍ଧ। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ ସମସ୍ତ ନାଗରିକଙ୍କୁ ସଂଯମତା ଅବଲମ୍ବନ କରିବାକୁ ସେନା ଅନୁରୋଧ କରିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଏବଂ ସେ ଦେଶ ଛାଡି ପଳାଇବା ନେଇ ଅନୁମାନ ପରେ ନେପାଳ ସେନାର ଏହି ବିବୃତ୍ତି ଆସିଛି। ନେପାଳରେ ଅନେକ ବଡ଼ ରାଜନେତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି ଏବଂ ସେମାନଙ୍କୁ ମାଡ଼ ମଧ୍ୟ ଦିଆଯାଇଛି। ହିଂସା ପାଇଁ ନେପାଳ ସେନା ଦୁଃଖ ପ୍ରକାଶ କରିଛି ଏକ ସରକାରୀ ବିବୃତ୍ତିରେ, ନେପାଳ ସେନା କହିଛି, “ନେପାଳ ସେନା କଠିନ ପରିସ୍ଥିତିରେ ମଧ୍ୟ…

Read More