Author: Sarasinee Subudhi

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିଜୟ ଅପ୍ରତ୍ୟାଶିତ ନୁହେ। ଆରମ୍ଭରୁ ସଂଖ୍ୟା ସରକାରଙ୍କ ପାଖରେ ଥିଲା। ଲଢେଇ କେବଳ ରାଜନୈତିକ ଥିଲା। ମତଦାନ ପୂର୍ବରୁ ନିଜର ବଡ଼ ପରାଜୟ ନିଶ୍ଚିତ ଦେଖି କଂଗ୍ରେସ ଏବଂ ତାହାର ବନ୍ଧୁମାନେ ପରାଜୟରେ ମଧ୍ୟ ନୈତିକ ବିଜୟ ଭଳି କଥା କହିବାକୁ ଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ, ଯେତେବେଳେ ଫଳାଫଳ ଆସିଲା ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟାର ବିଶ୍ଳେଷଣ ହେଲା, ସେତେବେଳେ ଜଣାପଡ଼ିଲା ଯେ ଏହା କଂଗ୍ରେସ ଏବଂ ତା’ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ରଣନୈତିକ ଏବଂ ରାଜନୈତିକ ଦୃଷ୍ଟିରୁ ଏକ ବଡ଼ ପରାଜୟ। ବିରୋଧୀ ଏକତା ପମ୍ପଚର କଂଗ୍ରେସ ପ୍ରଥମେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ଯେ ବିପକ୍ଷର ସମସ୍ତ ୩୧୫ ଭୋଟ ତାଙ୍କ ଖାତାକୁ ଯାଇଛି। କିନ୍ତୁ, ଯେତେବେଳେ ଭୋଟ ଗଣତି ହେଲା, ବିପକ୍ଷୀ ପ୍ରାର୍ଥୀ ବି ସୁଦରଶନ ରେଡ୍ଡୀଙ୍କୁ ମାତ୍ର ୩୦୦ ଭୋଟ ମିଳିଲା। ଅର୍ଥାତ୍,…

Read More