Author: Sarasinee Subudhi

ନେପାଳରେ ଜେନ-ଜି ବିଦ୍ରୋହ ପରେ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ନେପାଳର ପୂର୍ବ ଶାସନ ବ୍ୟବସ୍ଥା ଭାଙ୍ଗି ପଡ଼ିଛି। ଦେଶର ବର୍ତ୍ତମାନର ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟନିର୍ବାହୀ ଗଠନ କରିବା ନେଇ ଆଲୋଚନା ହେଉଛି। ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ନାମ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବରେ ନେତୃତ୍ୱ ନେଉଛନ୍ତି। ନେପାଳରେ ଚାଲିଥିବା ବିରୋଧ ଏବଂ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ନେପାଳର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ବଛା ଯାଇଛି। ନେପାଳର ଦାୟିତ୍ୱ ନେବାକୁ ଯୁବଗୋଷ୍ଠୀ ସୁଶୀଳାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କ ସମର୍ଥନରେ ୧ ହଜାର ଦସ୍ତଖତ ଚାହିଁଥିଲେ। ଏବେ ୨୫୦୦ ଦସ୍ତଖତ ତାଙ୍କ ସପକ୍ଷରେ ରହିଥିବାରୁ ସେ ଜେନ ଜିର ଦାବି ମୁତାବକ ଦାୟିତ୍ୱ ନେବାକୁ ରାଜି ଥିବା ଜଣାପଡ଼ିଛି। ସୁଶୀଳାଙ୍କୁ ଜେନ ଜି ନେତା ଭାବେ ବାଛି ଥିବା…

Read More