Author: Sarasinee Subudhi

ଆମେରିକୀୟ ଡଲାରର ବିକଳ୍ପ ଭାବରେ ଏକ ନୂତନ ମୁଦ୍ରା ସୃଷ୍ଟି କରିବା ଯୋଜନାରେ ଭାରତ ସାମିଲ ନୁହେଁ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ ଏହା ସ୍ପଷ୍ଟ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟରେ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ଅର୍ଥନୀତିର କ୍ଷତି ହେବାର ସମ୍ଭାବନା କମ୍। ଲାଭର ଆଶା ଅଧିକ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତର ଅର୍ଥନୀତି ଦୃଢ଼ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ୭.୮% ବୃଦ୍ଧି ପାଇଛି। ଏହି ବୃଦ୍ଧି କମ ମୁଦ୍ରାସ୍ଫୀତି ଯୋଗୁଁ ନୁହେଁ, ବରଂ ବୃଦ୍ଧି ପାଇଥିବା ଆର୍ଥିକ କାର୍ଯ୍ୟକଳାପ ଯୋଗୁଁ ହୋଇଛି। ଜୁଲାଇ ଏବଂ ଅଗଷ୍ଟର ପ୍ରାରମ୍ଭିକ ତଥ୍ୟ ଦର୍ଶାଉଛି ଯେ ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ସମାନ ଗତି ରହିବ। ଭାରତ ହେଉଛି ଜି-୨୦ ଦେଶମାନଙ୍କ ମଧ୍ୟରେ ଏକମାତ୍ର ଦେଶ ଯାହାର ଅର୍ଥନୀତି କରୋନା ମହାମାରୀ ପରଠାରୁ ନିରନ୍ତର ଦୃଢ଼ ରହିଛି।…

Read More