Author: Sarasinee Subudhi

ବୁଧବାର ଦେଶରେ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ ହୋଇଛି । ଏବେ ଏହି ମାମଲାରେ ପୁଣି ଏକ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସ୍ଲିପର ମଡ୍ୟୁଲ୍ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁମ୍ବାଇର ବାସିନ୍ଦା ଦୁଇଜଣ ଆଫତାବ୍ ଏବଂ ସୁଫିଆନ୍ ଦିଲ୍ଲୀରୁ ଧରାପଡ଼ିଛନ୍ତି। ସେହିପରି ତୃତୀୟ ଆତଙ୍କବାଦୀ ଆଶାର ଦାନିଶଙ୍କୁ ରାଞ୍ଚିର ତବାରକ ଲଜ୍ ରୁ ଗିରଫ କରାଯାଇଛି, ଯେଉଁଠାରେ ସେ ୨୦୨୫ରୁ ଛାତ୍ର ଭାବରେ ଲୁଚି ରହିଥିଲେ। ଜଣେ ଆତଙ୍କବାଦୀ ହାଇଦ୍ରାବାଦରୁ ଏବଂ ଜଣେ ମଧ୍ୟପ୍ରଦେଶରୁ ଗିରଫ ହୋଇଛି। ପୋଲିସ ଚଢାଉ ସମୟରେ ଆଶାର ଦାନିଶଙ୍କଠାରୁ ଏକ ପିସ୍ତଲ ଏବଂ ଅନେକ ଡିଜିଟାଲ୍ ଡିଭାଇସ୍ ଉଦ୍ଧାର କରାଯାଇଛି। ମାମଲାର ତଦନ୍ତରେ ଏହା ପ୍ରକାଶ ପାଇଛି ଯେ ଗିରଫ ହୋଇଥିବା ସମସ୍ତ ଆତଙ୍କବାଦୀ ଆଇଏସଆଇଏସର ସ୍ଲିପର ମଡ୍ୟୁଲ୍ ସେଲ୍ ସହିତ ଜଡିତ। ରାସାୟନିକ ଅସ୍ତ୍ର ତିଆରିରେ ନିପୁଣ ଆତଙ୍କବାଦୀ…

Read More