Author: Sarasinee Subudhi

ପୂର୍ବରୁ ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନିଜର ବିଶାଳ ଖଣିଜ ସମ୍ପଦକୁ ବିକ୍ରି କରିବାରେ ଲାଗିଛି। ସମ୍ପ୍ରତି ପାକିସ୍ତାନ ଆମେରିକାର ଏକ ମେଟାଲ କମ୍ପାନୀ ସହ ୫୦୦ ମିଲିୟନ ଡଲାରର ନିବେଶ ଚୁକ୍ତି ସ୍ୱାକ୍ଷର କରିଛି, ଯାହାର ଉଦ୍ଦେଶ୍ୟ ବାଲୁଚିସ୍ତାନ ସମେତ ଦେଶର ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା। ଅଧିକାରୀମାନେ ଏହାକୁ ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। କିନ୍ତୁ ଏହି ଚୁକ୍ତି ନାଁରେ ପାକିସ୍ତାନ ନିଜର ଦୁର୍ଲଭ ଖଣିଜ ସମ୍ପଦକୁ ବନ୍ଧକ ରଖିଛି। ଏହା ପୂର୍ବରୁ ପାକିସ୍ତାନ ଚୀନ-ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ନାଁରେ ବାଲୁଚିସ୍ତାନକୁ ଚୀନ୍କୁ ହସ୍ତାନ୍ତର କରିଥିଲା, ଯାହାର ବିରୋଧରେ ବାଲୁଚିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ହେଉଛି । ଏବେ ଆମେରିକା ସହ ଚୁକ୍ତିର ମଧ୍ୟ ବାଲୁଚିସ୍ତାନର ଲୋକେ ବିରୋଧ କରୁଛନ୍ତି। ଆମେରିକା ଏବେ ପାକିସ୍ତାନରେ କ’ଣ କରିବ? ଆମେରିକାର ମିସୋରୀ ସ୍ଥିତ ୟୁଏସ୍ ସ୍ଟ୍ରାଟେଜିକ୍…

Read More