Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରର ମାନଚିତ୍ରରେ ପଶ୍ଚିମବଙ୍ଗର ରାଜନୀତି ସବୁବେଳେ ଏକ ଭିନ୍ନ ସ୍ଥାନ ଅଧିକାର କରିଛି। କିନ୍ତୁ ୨୦୨୬ର ଆଗାମୀ ବିଧାନସଭା ନିର୍ବାଚନ କେବଳ ଏକ ମତଦାନ ପ୍ରକ୍ରିୟା ନୁହେଁ, ବରଂ ଏହା ଏକ ‘ସୁରକ୍ଷା ପରୀକ୍ଷା’ ଏବଂ ରଣନୈତିକ ଶକ୍ତି ପ୍ରଦର୍ଶନର ମହାମଞ୍ଚ ହେବାକୁ ଯାଉଛି। କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ‘ଜିରୋ ଟଲରାନ୍ସ’ ନୀତି ଏଥର ପଶ୍ଚିମବଙ୍ଗର ରାଜନୈତିକ ଇତିହାସକୁ ବଦଳାଇ ଦେବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୩ ଲକ୍ଷ କେନ୍ଦ୍ରୀୟ ସେନାଙ୍କ ମୁତୟନ ଏବଂ କେନ୍ଦ୍ରର କଠୋର ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏକ ଅଶନି ସଙ୍କେତ ଭାବେ ଉଭା ହୋଇଛି। ୧. ସୁରକ୍ଷାର ମହାକୁମ୍ଭ: ୨୫୦୦ କମ୍ପାନୀ ସେନା ଓ ନୂତନ ରଣନୀତି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏକ ପରମ୍ପରା ପାଲଟିଯାଇଛି। ୨୦୨୧ ବିଧାନସଭା ନିର୍ବାଚନ ପରେ ହୋଇଥିବା ବ୍ୟାପକ ହିଂସା ଏବଂ ଲୋକଙ୍କ ପଳାୟନର ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା। ଏହାକୁ…

Read More