Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଦୁର୍ଗ କୁହାଯାଉଥିବା ବିଜୁ ଜନତା ଦଳ (ବିଜେଡି) ଏବେ ଏକ ଅଭାବନୀୟ ତଥା ଐତିହାସିକ ସାମ୍ବିଧାନିକ ସଙ୍କଟ ଦେଇ ଗତି କରୁଛି। ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂକୁ ନେଇ ଦଳ ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଗୋଟି ଚାଳନା କରିଥିଲା, ତାହା ଏବେ ଓଲଟା ଦଳୀୟ ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇଛି। ଦଳର ମୁଖ୍ୟ ସଚେତକଙ୍କ କାରଣଦର୍ଶାଅ ନୋଟିସକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ବିଦ୍ରୋହୀ ବିଧାୟକମାନେ ଯେଉଁ ଢଙ୍ଗରେ ପାଲଟା ଜବାବ ରଖିଛନ୍ତି, ତାହା କେବଳ ଶଙ୍ଖ ଭବନ ନୁହେଁ ବରଂ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ଅଭିଯୋଗକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଏକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ସୀମା ଛାଡ଼ି ଆଇନର ମଞ୍ଚକୁ ପ୍ରବେଶ କରିଛି। କ’ଣ ରହିଛି ସେ କମ୍ପନ ? ଆଜିର ପଲଟିକାଲ ଭାଗବତରେ ଆଲୋଚନା କରିବା ‘ବିଦ୍ରୋହ’ର ମହାସମର । ଘଟଣାର ପୃଷ୍ଠଭୂମି: କ୍ରସଭୋଟିଂରୁ କଳିର…

Read More