Author: TRUPTIMAYEE SAHOO

ଦେଶରେ ଦିନକୁ ଦିନ ବଢୁଛି ଡିଜିଟାଲ୍ ପେମେଣ୍ଟ ଏବଂ ଅନଲାଇନ୍ ବ୍ୟାଙ୍କିଂର ଟ୍ରାଞ୍ଜାକ୍ସନ | ଏହା ସହ ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି ସାଇବର ଠକେଇ | ତେଣୁ ଏହାକୁ ଦୃଷ୍ଟିରେ ରଖି, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଢ଼ିଛି ନିୟମର ନୂଆ ଢାଞ୍ଚା । ଏହା ଅନଧିକୃତ ଇଲେକ୍ଟ୍ରୋନିକ୍ କାରବାର ଏବଂ ସାଇବର ଠକେଇରୁ ଗ୍ରାହକମାନଙ୍କୁ ଭଲ ଭାବରେ ସୁରକ୍ଷା ଦେବା ପାଇଁ ସୁରକ୍ଷାର ପାଚେରୀ ଭଳି ଛିଡା ହେବ ବୋଲି କହିଛି ରିର୍ଜବ ବ୍ୟାଙ୍କ। କେନ୍ଦ୍ରୀୟ ବ୍ୟାଙ୍କର ଉନ୍ନତ ସୁରକ୍ଷା ବ୍ୟବସ୍ଥା,ଏକ ସ୍ପଷ୍ଟ କ୍ଷତିପୂରଣ ବ୍ୟବସ୍ଥା,ଠକେଇ ଚିହ୍ନଟ ଏବଂ ରୋକିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପ୍ରଚଳନ କରୁଥିବା ଅପଡେଟ୍ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛି । ଏହି ସଂଶୋଧିତ ମାନଦଣ୍ଡଗୁଡ଼ିକ ମାର୍ଚ୍ଚ୬,୨୦୨୬ରେ ସାଧାରଣ ପରାମର୍ଶ ପାଇଁ ପ୍ରକାଶିତ କରାଯାଇଥିଲା। ଠକେଇ ପୀଡିତଙ୍କ ପାଇଁ ନୂତନ କ୍ଷତିପୂରଣ ବ୍ୟବସ୍ଥା ସଂଶୋଧିତ ଢାଞ୍ଚାର ଏକ ପ୍ରମୁଖ…

Read More