Author: TRUPTIMAYEE SAHOO

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ବିରୋଧୀଙ୍କ ପ୍ରତିବାଦ, ଯେଉଁଥିରେ ୧୨ ଜଣଙ୍କ ଜୀବନ ଯାଇଥିଲା । ଏନେଇ ଲଗାତାର ହୋଇ ଚାଲିଛି ଓଡ଼ିଶା ବିଧାନସଭା କାର୍ଯ୍ୟବାଧା । ଯାହା ଫଳରେ ବାରମ୍ବାର ମୁଲତବୀ ହୋଇଥିଲା ଗୃହ । କଟକରେ ଘଟିଥିବା ଦୁଃଖଦ ଏସସିବି ଅଗ୍ନିକାଣ୍ଡ ଘଟଣାରେ ବିରୋଧୀ ସଦସ୍ୟମାନେ ବିରୋଧ ଜାରି ରଖିଥିବାରୁ ଆଜିବି ଓଡ଼ିଶା ବିଧାନସଭାର କାର୍ଯ୍ୟ ପୁଣି ଥରେ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ପାଇଁ ଦୀର୍ଘ ୯ ଦିନ ଧରି ବାରମ୍ବାର ଗୃହ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ବିଧାନସଭା ମୁଖ୍ୟ। ପ୍ରଶ୍ନକାଳ ଆରମ୍ଭରୁ ବିଜୁ ଜନତା ଦଳ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟମାନେ ହାତ ମିଳାଇ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ । ପ୍ରତିବାଦ ସ୍ୱରୂପ କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକମାନେ ଗୃହ ଭିତରରେ ପଶି ସ୍ଲୋଗାନ ଦେଇଥିଲେ ଏବଂ ଏହି ଦୁର୍ଘଟଣା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।…

Read More