Author: TRUPTIMAYEE SAHOO

ଇରାନ ବିବାଦ ଯୋଗୁଁ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଭାରତ ଏହାର କାର୍ଯ୍ୟାନ୍ୱୟନକୁ ଦ୍ରୁତ ଗତିରେ ଆରମ୍ଭ କରିଛି । ପ୍ରାରମ୍ଭିକ ଭାବେ ଓଡ଼ିଶାର ଚାଣ୍ଡିଖୋଲରେ ଦୀର୍ଘ ସମୟ ଧରି ବିଳମ୍ବ ହୋଇଥିବା ରଣନୈତିକ ପେଟ୍ରୋଲିୟମ ସଂରକ୍ଷଣ (SPR) ପ୍ରକଳ୍ପ ପୁଣି ଥରେ ଫୋକସରେ ଆସିଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ (ISPRL) ୪୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ଅଶୋଧିତ ତୈଳ ସଂରକ୍ଷଣ ସୁବିଧା ପାଇଁ ଏପ୍ରିଲ ଶେଷ ସୁଦ୍ଧା ଏକ ଟେଣ୍ଡର ଜାରି କରିବା ନେଇ ଚାଲିଛି କଳ୍ପନାଜଳ୍ପନା । ବର୍ଷ ବର୍ଷ ପୂର୍ବରୁ ଅନୁମୋଦିତ ହେବା ପରେବି ଜମି ଏବଂ କ୍ଲିୟରାନ୍ସ ସମସ୍ୟା ଯୋଗୁଁ ଅଟକି ରହିଥିବା ଏହି ପ୍ରକଳ୍ପକୁ ଏବେ କେନ୍ଦ୍ରର ବ୍ୟାପକ ଶକ୍ତି ସୁରକ୍ଷା ରଣନୀତିର ଅଂଶ ଭାବରେ ନୂତନ ଜରୁରୀକାଳୀନତା ସହିତ ଆଗକୁ ବଢ଼ାଯାଉଛି। ବହୁ-ବିଲିୟନ ଡଲାର ନିବେଶ ମନି କଣ୍ଟ୍ରୋଲ…

Read More