Author: TRUPTIMAYEE SAHOO

ପାକିସ୍ତାନର ଅବସ୍ଥା ଏବେ “କୂଳ ଖାଇବ ନା କୂମ୍ଭୀର ଖାଇବ” ଭଳି ହୋଇଛି। ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ନୂଆ ବିପଦ ମାଡ଼ି ଆସିଛି। ଇରାନ ସହ ବନ୍ଧୁତା ବଢ଼ାଇବା ପାକିସ୍ତାନ ପାଇଁ ଏତେ ମହଙ୍ଗା ପଡ଼ିବ ବୋଲି ହୁଏତ ଇସ୍‌ଲାମାବାଦ କେବେ ଭାବି ନଥିଲା। ସବୁବେଳେ ସାହାଯ୍ୟ କରୁଥିବା ୟୁଏଇ ବର୍ତ୍ତମାନ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନିରଙ୍କ ଇରାନ ରଣନୀତିରେ ୟୁଏଇ ଏତେ ରାଗିଛି ଯେ, ସେ ନିଜର ବକେୟା ୩.୫ ବିଲିୟନ ଡଲାର ମାତ୍ର ୩୦ ଦିନରେ ଫେରସ୍ତ କରିବାକୁ କହିଛି। କାହିଁକି ୟୁଏଇ ଏତେ ରାଗିଛି? କେଉଁଠୁ ଆସିବ ଏତେ ଟଙ୍କା? ଆସନ୍ତୁ ଜାଣିବା ଆଜିର ଏହି ବିଶେଷ ରିପୋର୍ଟରେ। ପାକିସ୍ତାନ ସରକାର ୟୁଏଇର ୩.୫ ବିଲିୟନ ଡଲାରର ସମସ୍ତ ଋଣ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ୟୁଏଇ…

Read More