Author: TRUPTIMAYEE SAHOO

ରାଜନୀତିରେ ଏବେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ୨୦୨୬ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। କିନ୍ତୁ ଏହି ତାଲିକାରେ ଯେଉଁ ନାମଟି ନାହିଁ, ତାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଆମେ କଥା ହେଉଛୁ ତାମିଲନାଡୁ ବିଜେପିର ସବୁଠାରୁ ଲୋକପ୍ରିୟ ଚେହେରା କେ. ଅନ୍ନାମଲାଇଙ୍କ ବିଷୟରେ। ଯିଏ ଦିନେ ତାମିଲନାଡୁର କୋଣ ଅନୁକୋଣରେ ପଦଯାତ୍ରା କରି ବିଜେପିକୁ ଘର ଘର ପହଞ୍ଚାଇଥିଲେ, ସେ ନିଜେ ଏଥର ନିର୍ବାଚନ ମଇଦାନରେ ନାହାନ୍ତି। କ’ଣ ଅନ୍ନାମଲାଇଙ୍କୁ ସାଇଡ୍‌ଲାଇନ୍ କରିଦେଇଛି କି ଦଳ? ନା ଏହା ପଛରେ ରହିଛି କୌଣସି ବଡ଼ ରାଜନୈତିକ ରଣନୀତି? ଆଜିର ଏହି ସ୍ପେଶାଲ ରିପୋର୍ଟରେ ଆମେ କରିବା ଅନ୍ନାମଲାଇଙ୍କ ଟିକେଟ୍ କଟିବା ପଛର ପ୍ରକୃତ କାରଣର ସମ୍ପୂର୍ଣ୍ଣ ବିଶ୍ଳେଷଣ।” ବିଜେପି ପ୍ରାର୍ଥୀ ତାଲିକା ଏବଂ ବଡ଼ ଚେହେରା ପ୍ରଥମେ ଆସନ୍ତୁ ନଜର ପକାଇବା ବିଜେପିର ଏହି ୨୭ ଜଣିଆ…

Read More