Author: Anasuya Das

Maoist: ବୋକାରୋର ଲୁଗୁ ପାହାଡ ଅଞ୍ଚଳରେ ସିଆରପିଏଫ, ଝାଡ଼ଖଣ୍ଡ ପୁଲିସର ମିଳିତ ଅପରେସନ। ୧ କୋଟି ପୁରସ୍କାର ଥିବା କେନ୍ଦ୍ରୀୟ କମିଟି ସଦସ୍ୟ ବିବେକଙ୍କ ବି ସଫା। ଛତିଶଗଡ଼ ପରେ ଏବେ ସୁରକ୍ଷାବହିନୀଙ୍କ ଟାର୍ଗେଟରେ ଝାଡ଼ଖଣ୍ଡ। ଦେଶରୁ ନକ୍ସଲବାଦ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେଇଥିବା ପଦକ୍ଷପ ସ୍ୱରୂପ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ବିବେକଙ୍କ ସମେତ ଅନ୍ୟୂନ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି।  ବିବେକଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ଗୁଳି ବିନିମୟରେ ଏତେ ପରିମାଣର ପୁରସ୍କାର ଥିବା ମାଓବାଦୀଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ବୋଲି ଅଧିକାରୀମାନେ କହିଛନ୍ତି। ଝାଡ଼ଖଣ୍ଡ ପୁଲିସ ଓ ସିଆରପିଏଫର କମାଣ୍ଡୋ ବାଟାଲିୟନ ଫର ରିଜୋଲୁଟ୍ ଆକ୍ସନ (କୋବ୍ରା)ର ମିଳିତ ଅପରେସନ ସମୟରେ ଏହି ଅଞ୍ଚଳରେ ମାଓ ଗତିବିଧି…

Read More