Author: Anasuya Das

ଅନେକ ସରକାରୀ ସୁବିଧାରୁ ବଞ୍ଚିତ ଓଡ଼ିଶାରେ ଏବେ କେତେ କିନ୍ନର ଅଛନ୍ତି। ସେ ସଂଖ୍ୟା ସମ୍ପର୍କରେ କୌଣସି ସରକାରୀ ତଥ୍ୟ ମିଳିନଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ସେମାନଙ୍କ ସଂଖ୍ୟା ୨୦,୩୩୨ ଥିଲା। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) କିନ୍ନରମାନଙ୍କୁ ଆଇନଗତ ମାନ୍ୟତା ଦେବା ସହ ସେମାନଙ୍କ ମୌଳିକ ଅଧିକାରକୁ ବଜାୟ ରଖିବାର ଏକ ଦଶନ୍ଧି ପରେ ବି ଓଡ଼ିଶାରେ ଏହି ସଂପ୍ରଦାୟ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ ଯେଉଁଠାରେ ସର୍ବାଧିକ କିନ୍ନର (ଟିଜି) ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। କିନ୍ତୁ ମୋଟାମୋଟି ସଂଖ୍ୟାକୁ ଦେଖିଲେ ରାଜ୍ୟର ମାତ୍ର ୨୪୯୩ ଜଣ କିନ୍ନରଙ୍କୁ ଟିଜି ସାର୍ଟିଫିକେଟ୍ ଓ ପରିଚୟପତ୍ର ମିଳିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସଏସଇପିଡି) ସ୍ୱୀକାର କରିଛି ଯେ…

Read More