Author: Anasuya Das

ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା; ୬ମୃତ ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା। ଏଥିରେ ୬ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୫ଜଣ ଡାକ୍ତର। ପ୍ରଥମେ କାରଟି ଡିଭାଇଡର୍‌ରେ ପିଟି ହୋଇଥିଲା। ତା’ପରେ ରୋଡ୍‌ର ଅନ୍ୟ ପାର୍ଶ୍ୱକୁ ଯାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା। ଫଳରେ ଏକା ସାଙ୍ଗେ ଲିଭିଯାଇଛି ୫ ଡାକ୍ତରଙ୍କ ଅମୂଲ୍ୟ ଜୀବନ। ସେହିପରି ଆଉ ଜଣେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଆଜି ଭୋର ସମୟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେରେ। ଏହି ୫ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ଥିଲେ। ଏମାନେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ ସୈଫଇକୁ ଫେରୁଥିଲେ। ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେକୁ ମାଡି ଯାଇଥିଲା। ୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂହ…

Read More