Author: Anasuya Das

ଅନ୍ତିମ ସନ୍ଧ୍ୟାରେ ମନ ମୋହିଲେ ଡୋନା ଓ ଗୀତା କୋଣାର୍କ ଉତ୍ସବର ପଞ୍ଚମ ତଥା ଉଦଯାପନୀ ଦିବସ ଥିଲା ଗୁରୁବାର। କୋଣାର୍କ ଆଜି ପୃଥିବୀର ଶ୍ରେଷ୍ଠ କଳାକୀର୍ତ୍ତି ଭାବରେ ବିଶ୍ଵ ବନ୍ଦିତ । ବ୍ଲାକ ପାଗୋଡ଼ା,  ସୂର୍ଯ୍ୟ ମନ୍ଦିର, ଅର୍କ କ୍ଷେତ୍ର ସବୁର ମୂଳରେ କିନ୍ତୁ ପ୍ରତିଭାତ ହେଉଛି ଓଡିଶାର କଳା ସ୍ଥାପତ୍ୟର ଅପୂର୍ବ ଗରିମା । ଶିବେଇ ସାନ୍ତରାର ଶିଳ୍ପୀ କୂଳଙ୍କ କଳା ଚାତୁର୍ଯ୍ୟ,  ଧରମାର ତ୍ୟାଗ, ପ୍ରସ୍ତର ଶିଳ୍ପର ଅପୂର୍ବ କାରୁକାର୍ଯ୍ୟ, ସର୍ବୋପରି ଗଙ୍ଗ ବଂଶର ରାଜା ନରସିଂହ ଦେବଙ୍କର କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପ୍ରକଟିତ ହୋଇଛି କୋଣାର୍କର ପ୍ରତିଟି ଶିଳା ଲିପିରେ । ସେଇଥିପାଇଁ କୋଣାର୍କ ଆଜି ସାଜିଛି ବିଶ୍ଵ ଭାତୃତ୍ୱର ମହାମନ୍ତ୍ର । ସବୁ ଜାତି ଧର୍ମ ବର୍ଣ୍ଣର ମହାର୍ଘ ଇତିହାସ । କୋଣାର୍କ ଚକ୍ର ହେଉ ବା କୋଣାର୍କର ଯୋଦ୍ଧା ଘୋଡା ହେଉ ବା କୋଣାର୍କର ଯୁଦ୍ଧ ପଟୁଆରର ହାତୀ…

Read More