Author: Anasuya Das

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଶକ୍ତିକାନ୍ତଙ୍କ ଧନ୍ୟବାଦ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି। ସେ ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ହୋଇଛନ୍ତି। ଏଥି ସହିତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ତାହାର ଅନ୍ତ ଘଟିଛି। ସଞ୍ଜୟ ଏବେ ରାଜସ୍ୱ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭ‌ାବେ ନିଯୁକ୍ତି ମିଳିଛି। ଆଜି ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଶେଷ ଦିନ। ଆସନ୍ତା ବୁଧବାରରୁ ସଞ୍ଜୟଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ। ସେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରିଥିବା ବେଳେ ପ୍ରିନ୍‌ସଟନ୍ ବିଶ୍ବବିଦ୍ୟାଳୟରୁ ପବ୍ଲିକ୍ ପଲିସି ଉପରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ନିଜ କ୍ୟାରିୟରରେ ସେ ଆର୍‌ଇସି ଲିମିଟେଡ୍‌ର ସିଏମ୍‌ଡି, ଆର୍ଥିକ ସେବା ବିଭାଗର ସଚିବ ଭଳି ବିଭିନ୍ନ…

Read More