Author: Anasuya Das

୬୫ କ୍ରୀଡ଼ାବିତ୍‌ଙ୍କୁ ୫୩ ଲକ୍ଷ ପ୍ରଦାନ କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ସହଯୋଗ ଦିଆଯିବ; ସୂରଜ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୧୬ଟି କ୍ରୀଡ଼ାବର୍ଗରେ  ୬୫ କ୍ରୀଡ଼ାବିତ୍‌ଙ୍କୁ ୫୩ ଲକ୍ଷ ୭ହଜାର ୫୦୦ ଟଙ୍କା ପୁରସ୍କାର ରାଶି ସୋମବାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୬ଟି କ୍ରୀଡ଼ାବର୍ଗ ଯଥା ଭାରୋତ୍ତୋଳନ, ଆଥଲେଟିକ୍ସ, ହ୍ୱିଲ୍ ଚେୟାର ଫେନ୍‌ସିଙ୍ଗ, ଚେସ୍‌, ପାରା-ସନ୍ତରଣ , ଅଲଟ୍ରା ରନିଙ୍ଗ(Ultra Running), ପାରା-ଆଥଲିଟ୍, କରାଟେ, ଡ଼ିଫ୍ ଶୁଟିଙ୍ଗ (Deaf Shooting), ବ୍ୟାଡ଼ମିଣ୍ଟନ, ଜୁ-ଜିସଛୁ (Ju-Jitsu), ସନ୍ତରଣ, କିକ୍ ବକ୍ସିଙ୍ଗ, ଶୁଟିଙ୍ଗ, ପେଂଚକ ସିଲେଟ (Pancak Silat) ଏବଂ ତାଇକୋଣ୍ଡୋ (Taekwondo) ବର୍ଗରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଭାରୋତ୍ତୋଳନ କ୍ରୀଡ଼ାବିତ୍‌ ପ୍ରୀତିସ୍ମିତା ଭୋଇଙ୍କୁ ତାଙ୍କର…

Read More